KHUSHAK ODISHA PORTAL/FULL UPDATE KHUSHAK ODISHS
Hii,
My self bibhu welcome to my new blogs. This blog help about kusha odisha. So read carefully full details. Before you apply.
ଓଡିଶା ପୋର୍ଟାଲ ସ୍ଵାଗତ :
କୃଷକ ଓଡିଶା ହେଉଛି ଅଦ୍ୟାବଧି ୪୯.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ କୃଷକ ପରିବାର ଓ କୃଷି ଶ୍ରମିକଙ୍କ ଏକ ପ୍ରାମାଣିକ ତଥ୍ୟାବଳୀ । ଏଥିରେ କୃଷକ ସମସ୍ତ ବିବରଣୀ ଯଥା ବାସସ୍ଥାନ, ତଥ୍ୟ, ଜମିଜମା ତଥ୍ୟ, ଚାଷ କରାଯାଇଥିବା ଫସଲ, ପ୍ରାଣୀପାଳନ ଏବଂ ମତ୍ସ୍ୟଚାଷ ଅନ୍ତର୍ଭୃକ୍ତ ରହିଛି, ଯାହାକି ଓଡିଶା ସରକାରଙ୍କ ଅଧୀନସ୍ଥ ସଂପ୍ରସାରଣ କର୍ମଚାରୀଙ୍କ ଦ୍ଵାରା ଯାଞ୍ଚ କରାଯାଉଛି ଓ ଏହା ଓଡିଶା ସରକାରଙ୍କ ୫T ଦୃଷ୍ଟିକୋଣ ଆଧାରିତ ଶାସନ ସହ ଚାଷୀଙ୍କୁ ସମସ୍ତ ସରକାରୀ ଯୋଜନା ଓ ସେବାର ଉପଲବ୍ଧତା ଏବଂ ଉତ୍ତମ ସେବା ଯଥା ସଂପ୍ରସାରଣ, ଆବଶ୍ୟକୀୟ କୃଷି ପରାମର୍ଶ ପ୍ରଦାନ ଇତ୍ୟାଦି ଦିଗରେ ଫଳପ୍ରଦ ରହିବ । କୃଷକ ଓଡିଶାର ମୂଳ ଲକ୍ଷ୍ୟ ହେଲା ରାଜ୍ୟରେ ଥିବା ସମସ୍ତ ଚାଷୀଙ୍କ ଏକ ସ୍ଵର୍ଣ୍ଣିମ ତଥ୍ୟାବଳୀ ପ୍ରସ୍ତୃତି କରିବା, ଯାହା ସରକାରଙ୍କ ସହ ଚାଷୀଙ୍କ ପାରସ୍ପରିକ ସଂପର୍କ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରବିନ୍ଦୁ ସାଜିବା ସହ ବହୁଦିଗରେ ଉପଯୋଗୀ ହୋଇପାରିବ ।
କୃଷକ ଓଡିଶା ପୋର୍ଟାଲ ବୈଶିଷ୍ଟ୍ୟ :
୧. ନୂତନ ପଞ୍ଜୀକରଣ : ଯେଉଁ କୃଷକମାନେ କୃଷକ ଓଡିଶାର ଅଂଶ ହୋଇପାରିନାହାନ୍ତି, ସେମାନେ ସୁବିଧାରେ ଅନଲାଇନ ପୋର୍ଟାଲ ମାଧ୍ୟମରେ ନିଜକୁ ପଞ୍ଜୀକୃତ କରିପାରିବେ । ଏହି ସୁବିଧା ନିକଟସ୍ଥ ମୋ ସେବା କେନ୍ଦ୍ର ମାଧ୍ୟମରେ ମିଳିପାରିବ।
୨. ତଥ୍ୟ ଅଦ୍ୟତନ (ଅପଡେଟ) : ଯେଉଁ କୃଷକମାନେ କୃଷକ ଓଡିଶାରେ ପୂବରୁ ପଞ୍ଜିକୃତ ହୋଇସାରିଛନ୍ତି, ସେମାନେ ଆବଶ୍ୟକ ମୁତାବକ ନିଜର ସର୍ବଶେଷ ତଥ୍ୟାବଳୀର ଅଦ୍ୟତନ (ଅପଡେଟ) ଉକ୍ତ ପୋର୍ଟାଲ ମାଧ୍ୟମରେ କରିପାରିବେ । ବାସସ୍ଥାନ ଜନିତ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଚାଷ ସମ୍ବନ୍ଧିତ ତଥ୍ୟ ଯଥା-ଜମି ପରିମାଣ, ଫସଲ ବିବରଣୀ, ପ୍ରାଣୀ ପାଳନ, ମତ୍ସ୍ୟଚାଷ ଏବଂ ଜଙ୍ଗଲଭିତ୍ତିକ ଜୀବିକା ନିର୍ବାହ ଆଦି ଏହି ପୋର୍ଟାଲରେ ଅପଡେଟ କରାଯାଇପାରିବ । ଏହି ସୁବିଧା ନିକଟସ୍ଥ ମୋ ସେବା କେନ୍ଦ୍ର ମାଧ୍ୟମରେ ପାଇପାରିବେ ।
କୃଷକମାନଙ୍କ ନିମନ୍ତେ ସୁବିଧା ସୁଯୋଗ
ଆମ କୃଷି : ଆମ କୃଷି ହେଉଛି ଓଡିଶା ସରକାରଙ୍କ ଦ୍ଵାରା ପ୍ରଚଳିତ ଏକ ନିଃଶୁଳ୍କ କୃଷିସେବା ଯାହା ବ୍ୟକ୍ତିଗତ ଓ ଆବଶ୍ୟକ ମୁତବକ କୃଷି ପରାମର୍ଶ ଚାଷ ଋତୁରେ ଯୋଗାଇ ଦିଏ । ପଞ୍ଜିକୃତ କୃଷକ ନିଜ ନିଜ ମୋବାଇଲ ଫୋନ ଜରିଆରେ ସାପ୍ତାହିକ ଫୋନ କଲ ମାଧ୍ୟମରେ ଚାଷ ସମ୍ବନ୍ଧୀୟ ପରାମର୍ଶ, ଫସଲ ଓ ପ୍ରାଣୀ ସମ୍ପଦ ପରିଚାଳନା, ପାଣିପାଗ ସୂଚନା ଓ ପରାମର୍ଶ, କୀଟ ଆକ୍ରମଣର ପ୍ରତିଷେଧକ ବ୍ୟବସ୍ତା, ରୋଗପୋକ ପରିଚାଳନା ସମ୍ବନ୍ଧୀୟ ସୂଚନା ପାଇପାରିବେ । କୃଷିଜନିତ ସମସ୍ତ ସନ୍ଦେହ ଓ ସମସ୍ୟା ଦୂରୀଭୂତ କରିବା ପାଇଁ୧୫୫୩୩୩ ନିଃଶୁଳ୍କ ଫୋନ ମାଧ୍ୟମରେ କୃଷକ ପ୍ରତୀକ୍ଷ ଭାବେ ଦୂରଭାଷ କେନ୍ଦ୍ର ସହ ମଧ୍ୟ ବାର୍ତ୍ତାଳାପ କରିପାରିବେ ।
୨. ଯୋଜନା ଓ ସେବା : ଏହା ଏକ ଅନଲାଇନ ଏକକ ବାତାୟନ ବ୍ୟବସ୍ଥା (ସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମ) । ଏହା ଜରିଆରେ ସରକାରଙ୍କ ଦ୍ଵାରା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରଚଳିତ ସମସ୍ତ ଯୋଜନା ଓ ସେବା ସମୂହ ସୁବିଧାରେ ମିଳିପାରିବ । ଆବଶ୍ୟକୀୟ ସୂଚନା ଯଥା ଯୋଜନାର ମାର୍ଗଦଶିକ ଏବଂ ଯୋଜନରେ ସାମିଲ ହେବା ପାଇଁ ଯୋଗ୍ୟତା ଇତ୍ୟାଦି ଉକ୍ତ ବ୍ୟବସ୍ଥାରେ ଉପଲବ୍ଧ ହେବ । କୃଷକ ନିଜର ସମସ୍ତ ଆବଶ୍ୟକୀୟ ଆବେଦନ ପତ୍ରର ଦସ୍ତାବିଜ ସ୍ଥିତି ପ୍ରତି ମଧ୍ୟ ନଜର ରଖିପାରିବେ ।
OFFICIAL LINK - kushak odisha portal
Thank you
Comments
Post a Comment